Latest

ବିଜେପିରେ ମିଳିଲେ ଅଭିନେତ୍ରୀ ସନଲିସା ପଟେଲ

Posted on

ବିଜେପିରେ ଯୋଗଦେଲେ ସିନେ ପ୍ରଯୋଜିକା ସନଲିସା ପଟେଲ। ସେ ବିଜେପି ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ରାଜ୍ୟ କାର୍ଯ୍ୟଳୟରେ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟର ମନୋରଞ୍ଜନ ଶିଳ୍ପକୁ ଓଡିଶା ସରକାରଙ୍କ ସହାୟତା ଦାବିରେ ୨୦୨୩ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସି ଚର୍ଚ୍ଚାରେ ଥିଲେ ସନଲିସା ପଟେଲ। ସେ ଓଡ଼ିଆ ସିନେମା ଜଗତ ଓ ନିର୍ମାତାଙ୍କ ପାଇଁ ସରକାରଙ୍କ ପାଖେ ଦାବି କରିଥିଲେ।ଫିଳ୍ମ ବିତରଣ ବ୍ୟବସ୍ଥାରେ ସମସ୍ୟା ନେଇ ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ। ତେବେ ବିଜେପିରେ ମିଶି ନିଜର ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version