Latest

ବିଜେପିରେ ସାମିଲ ହେଲେ ପର୍ଶୁରାମ ଧଡା

Posted on

ବିଜେପିରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡା । ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ଦଳ ଛାଡିଥିଲେ ପର୍ଶୁରାମ । କିନ୍ତୁ କୌଣସି ଦଳରେ ଯୋଗ ଦେଇନଥିଲେ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପର୍ଶୁରାମ । ଏହାସହ ପର୍ଶୁରାମଙ୍କର ଘରବାହୁଡା ହୋଇଛି ବୋଲି କହିଛନ୍ତି ମନମୋହନ । ବିଜେପିରେ ସାମିଲ ହେବା ପରେ ପର୍ଶୁରାମ ଧଡା କହିଛନ୍ତି, ବିଜେପିକୁ ଧନ୍ୟବାଦ । ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ଘରକୁ ଫେରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ବିଜେପିରୁ ମୋର ରାଜନୈତିକ କ୍ୟାରିୟର ଆରମ୍ଭ । ୨୦୦୯ରେ ନିର୍ବାଚନ ଲଢି ଅଳ୍ପ ଭୋଟରେ ପରାଜିତ ହୋଇଥିଲି । ପରେ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲି । କିନ୍ତୁ ଏବେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version