Latest

ବିଧାନସଭା ଅଧିବେଶନ: ଆତ୍ମଦାହ ଉଦ୍ୟମ ବଢ଼ିବା ପରେ ଲାଗିଲା ଟ୍ରାଫିକ କଟକଣା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଧାନସଭା ଅଧିବେଶନବେଳେ ଆତ୍ମଦାହ ଉଦ୍ୟମ ଘଟଣା ବୃଦ୍ଧି ପାଉଥିବାରୁ କମିଶନରେଟ ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ କଟକଣା ନିମନ୍ତେ ନିଷ୍ପତ୍ତି ହୋଇଛି । ଏହି କଟକଣା ଆସନ୍ତାକାଲି ଅର୍ଥାତ ୧୮ତାରିଖଠାରୁ ବିଧାନସଭା ଅଧିବେଶନର କାର୍ଯ୍ୟଦିବସଗୁଡ଼ିକରେ ଲାଗୁ ହେବ ।
ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ଜାରି ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ହାଉସିଂ ବୋର୍ଡ ପଟୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଟକିଜଠାରୁ ଆଗକୁ ନଯାଇ ବାମପଟ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ । ଏଜି ଛକରୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ଭବନରେ ଅଟକି ଡାହାଣକୁ ଯାଇ ଇନ୍ଦିରା ଗାନ୍ଧି ପାର୍କ ରାସ୍ତାରେ ଆଗକୁ ଯିବେ । ମାଷ୍ଟର କ୍ୟାଣ୍ଟିନ ପଟୁ ଲୋଏର ପିଏମଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଉପର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାଶ୍ୱର୍ ଦେଇ ଯାଇପାରିବେ । କିନ୍ତୁ ସେମାନଙ୍କୁ ମହାତ୍ମା ଗାନ୍ଧି ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ୧୨୦ ବାଟାଲିୟନ ଛକପଟୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ପାୱାର ହାଉସ ଛକ ଆଡ଼କୁ ଯିବେ । ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀ ନଗର ଆଡ଼କୁ ଯିବେ । ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତରକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।
ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନବେଳେ ବିଭିନ୍ନ ଆଡ଼କୁ ଲୋକେ ଆସି ନିଜର ସମସ୍ୟା ପାଇଁ ଆତ୍ମଦାହ ଉଦ୍ୟମ ଭଳି ପଦକ୍ଷେପ ନେଉଥିବାରୁ କମିଶନରେଟ ପୁଲିସ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version