ରାଜ୍ୟ

ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):କଂଗ୍ରେସ ଛାଡ଼ି ନିକଟରେ ବିଜେଡିରେ ଯୋଗ ଦେଇଥିବା ନବ ଦାସ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।ସେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।ବାଚସ୍ପତିଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ନବ ଲେଖିଛନ୍ତି ଯେ ସେ ସ୍ୱଇଚ୍ଛାରେ ଇସ୍ତଫା ଦେଉଛନ୍ତି। ଏହାଛଡ଼ା ସେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଇଥିବା ନେଇ ମଧ୍ୟ ଏଥିରେ ଉଲ୍ଲେଖ କରିଛନ୍ତି।
ବିଧାନସଭା ଆଇନ ୧୬୮ ମୁତାବକ ଇସ୍ତଫା ଗ୍ରହଣ କରିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।
ଜାନୁଆରୀ ୧୬ ତାରିଖରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଗତ ୨୪ ତାରିଖରେ ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ତାଙ୍କ ସହିତ ଝାରସୁଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ୫ ସଦସ୍ୟ ମଧ୍ୟ ତାଙ୍କ ସହିତ ବିଜେଡିରେ ମିଶିଥିଲେ। ଏହା ସହିତ ଜିଲ୍ଲାର ୫ଟି ବ୍ଳକ୍ର କଂଗ୍ରେସର ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମଧ୍ୟ ବିଜେଡିରେ ମିଶିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version