Latest
ବୈଷୟିକ ଶିକ୍ଷାନୁଷ୍ଠାନ ଆଇନରେ ସଂଶୋଧନ ପାଇଁ ଅଧ୍ୟାଦେଶ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ଓଡ଼ିଶା ବୈଷୟିକ ଶିକ୍ଷାନୁଷ୍ଠାନ ଆଇନ-୨୦୦୭ରେ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ ଆଜି ଏହି ଅଧ୍ୟାଦେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାଫଳରେ ଏଣିକି ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପରିବର୍ତ୍ତେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ହିଁ ଏଣିକି ଫି’ ଷ୍ଟ୍ରକଚର କମିଟିର ଅଧ୍ୟକ୍ଷ ହେବେ । ସେହିପରି ବୈଷୟିକ ଶିକ୍ଷା ସମ୍ବଳିତ ସମସ୍ତ ବିଜିନେସକୁ ଶିଳ୍ପ ବିଭାଗ ଅଧୀନରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇସାରିଥିବାରୁ ଧାରା-୪(୧)(କ), ଧାରା-୬(୧)(ଖ)ରେ ଉଲ୍ଲେଖିତ ‘ଶାସନ ସଚିବ, ଶିଳ୍ପ ବିଭାଗ’ ଶବ୍ଦ ‘ଶାସନ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ପରିବର୍ତ୍ତିତ ହେବ ।
ଓଡ଼ିଶା ବୈଷୟିକ ଶିକ୍ଷାନୁଷ୍ଠାନ(ନାମ ଲେଖା ଓ ଫି ନିର୍ଦ୍ଧାରଣ) ଆଇନ-୨୦୦୭ରେ ଥିବା କେତେକ ସମସ୍ୟାର ଦୂରୀକରଣ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ବିଚାରକୁ ନେଇ ରାଜ୍ୟ ସରକାର ଆଇନର ଧାରା-୪(୧), ଧାରା ୬(୧)(କ) ଓ (ଖ)ରେ ସଂଶୋଧନ କରିଛନ୍ତି ।