Latest

ବ୍ରିଟେନ ଫେରନ୍ତାଙ୍କ ପାଇଁ ଏସଓପି ଜାରି କଲେ ରାଜ୍ୟ ସରକାର

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ବ୍ରିଟେନରେ କୋଭିଡ ଭାଇରସ୍ ଏବେ ନୂଆ ରୂପରେ ଦ୍ରୁତଗତିରେ ସଂକ୍ରମିତ କରୁଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି । କେନ୍ଦ୍ର ସରକାର ଆଜି ଏଭଳି ଏସଓପି ଜାରି କରିବାପରେ ରାଜ୍ୟ ସରକାର ଅନୁରୂପ ଏସଓପି ଜାରି କରି ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ଓ ଝାରସୁୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ ସମେତ ବିଏମସି କମିଶନର ଓ ଝାରସୁଗଡ଼ା ଜିଲ୍ଲା ପ୍ରଶାସନକୁ ମଧ୍ୟ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏସଓପି ଜାରି କରି କହିଛନ୍ତି ଯେ, ଗତ ୧୪ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିବା ସମସ୍ତ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଫର୍ମ ପୂରଣ କରିବେ । ବ୍ରିଟେନ ଦେଇ ଅନ୍ୟ ସ୍ଥାନରୁ ଫେରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅନୁରୂପ ଭାବେ ଫର୍ମ ପୂରଣ କରିବାକୁ ପଡ଼ିବ । ବ୍ରିଟେନ ଫେରନ୍ତାଙ୍କୁ ୧୪ଦିନିଆ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ବ୍ରିଟେନ ଫେରନ୍ତାଙ୍କର ଟେଷ୍ଟ ପଜିଟିଭ ଆସିଲେ, ସେମାନେ ଇନଷ୍ଟିଚ୍ୟୁସନାଲ ଆଇସୋଲେସନରେ ରହିବେ । ଟେଷ୍ଟ ନେଗେଟିଭ୍ ଆସିଲେ ୧୪ଦିନିଆ ହୋମ୍ ଆଇସୋଲେସନରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶରେ ରାଜ୍ୟ ସରକାର ଆଜି ଏଭଳି ଏସଓପି ଜାରି କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version