Latest

ଭାରତରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ!

Posted on

ଦେଶରେ ମଙ୍କିପକ୍ସର ପ୍ରଥମ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ରୋଗୀ ହେଉଛନ୍ତି ଜଣେ ଯୁବକ ଯିଏକି ନିକଟରେ ମଙ୍କିପକ୍ସ ଦେଶକୁ ଯାଇ ଫେରିଥିଲେ। ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। WHO ମଙ୍କିପକ୍ସକୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି ଏବଂ ଅନେକ ଦେଶରେ ବହୁ ସଂଖ୍ୟାରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି। ଅନେକ ଦିନ ଧରି ମଙ୍କିପକ୍ସକୁ ନେଇ ମଧ୍ୟ ଭାରତ ସରକାର ମଧ୍ୟ ସତର୍କ ରହିଆସିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସନ୍ଦିଗ୍ଧ ମଙ୍କିପକ୍ସ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଯୁବକଙ୍କ ମଙ୍କିପକ୍ସ ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ ନମୁନା ସଂଗ୍ରହ କରାଯାଇ ଯାଞ୍ଚ କରାଯାଉଛି। କୌଣସି ଅନାବଶ୍ୟକ ଚିନ୍ତାର ଆବଶ୍ୟକତା ନାହିଁ କହିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version