Latest

ଭିଜିଲାନ୍ସ ଜାଲରେ ଏସ୍‌ସିବି ମେଡିକାଲ ଡାଟାଏଣ୍ଟ୍ରି ଅପରେଟର

Posted on

ଭିଜିଲାନ୍ସ ଜାଲରେ ଫସିଲେ ଏସ୍‌ସିବି ମେଡିକାଲ ହେପାଟୋଲୋଜି ବିଭାଗର ଡାଟାଏଣ୍ଟ୍ରି ଅପରେଟର । ଲାଞ୍ଚ ନେଉଥିବା ବେଳେ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଲା ଭିଜିଲାନ୍ସ । ମାଗଣା ମେଡିସିନ ପାଇଁ ଏସ୍‌ସିବି ମେଡିକାଲରେ ଚିକିତ୍ସା ରୋଗୀଙ୍କ ପୁଅଙ୍କ ଠାରୁ ୨ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସ୍ମୃତି ରଞ୍ଜନ ।

ସୂଚନଯୋଗ୍ୟ; ସ୍ମୃତିରଞ୍ଜନ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟ କରୁଥିଲେ। ବିନା ମୂଲ୍ୟରେ ବଣ୍ଟନ ହେପାଟାଇଟିସ ସି ଔଷଧ ଦେବା ପାଇଁ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଜଣେ ଦରିଦ୍ର ରୋଗୀଙ୍କ ପୁଅଙ୍କ ଠାରୁ ହଜାର ଟଙ୍କା ମାଗିଥିଲେ ଏବଂ ଯଦି ତାଙ୍କର ଦାବି ପୂରଣ ନ ହୁଏ ତେବେ ତାହା ପ୍ରଦାନ କରିବାକୁ ମନା ବି କରିଦେଇଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ସେ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।ଅଭିଯୋଗ ଅନୁଯାୟ ଭିଜିଲାନ୍ସ ଏସ୍‌ସିବି ମେଡିକାଲ ପହଞ୍ଚି ଜଗିରହିଥିଲେ ଯେତେବେଳ ଡିଇଓ ଆଜି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଟଙ୍କା ସହ ଧରିଥିଲା। ଏହା ପରେ ସ୍ମୃତି ରଞ୍ଜନଙ୍କ ଦୁଇଟି ବାସସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version