Latest

ଭୁବନେଶ୍ଵରର ୧୦ଟି ସ୍ଥାନକୁ ମିଳିଲା ରାବଣପୋଡ଼ି ପାଇଁ ଅନୁମତି

Posted on

ଆଜି ଦଶହରା, ବିଜୟଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଦଶହରା ପର୍ବ ପାଳନ କରାଯାଏ। ଆଜି ବିଜୟାଦଶମୀ ଅବସରରେ ଭୁବନେଶ୍ବରର ୧୦ଟି ସ୍ଥାନରେ ରାବଣପୋଡ଼ି ଉତ୍ସବକୁ ମିଳିଲା ଅନୁମତି । ରାବଣପୋଡ଼ି ଅନୁମତି ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି । ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍‌ ରୋଡ୍‌, ଚନ୍ଦକା, ସିମୁଳିଆ ପାଟଣା ଦୋଳଯାତ୍ରା ପଡ଼ିଆର ଓ କପିଳ ପ୍ରସାଦ ଫୁଟବଲ୍‌ ପଡ଼ିଆରେ ରାବଣପୋଡ଼ି ପାଇଁ ଅନୁମତି ମିଳିଛି ।

ଲୋକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏହା ସହ ୧୦୦ ମିଟର ଦୂରରୁ ରହି ରାବଣ ପୋଡ଼ି ଦେଖିବେ ଲୋକେ, ଦମକଳ ଗାଡ଼ି ରହିବ ସ୍କୁଲ, କଲେଜ, ମନ୍ଦିର, ବାସସ୍ଥାନରୁ ୨୫୦ ମିଟର ଦୂରରେ ରାବଣ ପୋଡ଼ି କରିବାକୁ ନିର୍ଦ୍ଦେଶ । ଏହା ସହ ରାବଣପୋଡି ସମୟରେ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମସ୍ତ ନିୟମକୁ କଡ଼ା କଡି ମାନିବାକୁ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version