Latest

ଭୁବନେଶ୍ୱରରେ ଯୁବତୀଙ୍କ ହାତ ଉପରେ ଚଢ଼ିଗଲା ମୋ ବସ୍

Posted on

ଘଟଣାରେ ୩ ଘଣ୍ଟା ପରେ ସ୍ବାଭାବିକ ହେଲା ସ୍ଥିତି । ଲୋକଙ୍କୁ ପୋଲିସ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଛି । ଆହତ ଯୁବତୀ ଜଣକ ସମ୍ବଲପୁରର ଝିଲି ସୋହଲା। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିଲେ। ଏହି ସମୟରେ ତାଙ୍କ ପଛରେ ଆସୁଥିବା ବାଇକ୍ ଆରୋହୀଙ୍କୁ ‘ମୋ ବସ୍ ’ ଧକ୍କା ଦେଇଥିଲା। ବାଇକ୍ ଆରୋହୀ ଜଣଙ୍କ ଭାରସାମ୍ୟ ହରାଇ ଯୁବତୀଙ୍କୁ ଧକ୍କା ଦେଇଥିଲା।

ଯୁବତୀ ଜଣଙ୍କ ଛିଟିକି ତଳେ ପଡ଼ିଯାଇଥିଲେ। ପରେ ମୋ ବସ୍ ’ଯୁବତୀଙ୍କୁ ହାତ ଉପରେ ମାଡ଼ି ଯାଇଥିଲା। ହାତ ହରାଇଛନ୍ତି ଯୁବତୀ ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିବା ବେଳେ ମୋ ବସଗୁଡ଼ିକ ଅଟକି ରହିଥିଲା । ଦୁର୍ଘଟଣା ପରେ ଗାଡି ଓ ଡ୍ରାଇଭର ଉଭୟ ଥାନାରେ ଅଛନ୍ତି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । କ୍ରୁଟ କର୍ତ୍ତୃପକ୍ଷଙ୍କୁ ଥାନାକୁ ଡାକିଛୁ ଆଲୋଚନା କରିବୁ । ଘଟଣାରେ ଅଧିକ ତଦନ୍ତ ହେବ ବୋଲି ଚନ୍ଦ୍ରଶେଖରପୁର ଥାନା ଆଇଆଇସି କହିଛନ୍ତି

Leave a Reply

Your email address will not be published. Required fields are marked *

Most Popular

Exit mobile version