ରାଜ୍ୟ

ଭୁବନେଶ୍ୱରରେ ୪ ବିମାନର ଜରୁରୀ ଅବତରଣ

Posted on

ଭୁବନେଶ୍ୱର : ଖରାପ ପାଗ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ୪ଟି ବିମାନ ଜରୁରୀ ଅବତରଣ କରିଛି। ଏହି ବିମାନଗୁଡିକ କୋଲକାତା ବିମାନ ବନ୍ଦରରେ ଅବତରଣ କରିବାର ଥିଲା। ହେଲେ ଭୁବନେଶ୍ୱରରେ ଅବତରଣ କରିଛି। ବିମାନ ଗୁଡିକ ଯଥାକ୍ରମେ ବେଙ୍ଗାଲୁରୁ, ଦିଲ୍ଲୀ,ପାଟଣା ଓ ମୋହନବାରିରୁ ଗନ୍ତବ୍ୟସ୍ଥଳ କୋଲକାତା ଅଭିମୁଖେ ଯାତ୍ରା କରୁଥିଲେ। ଏହି ବିମାନଗୁଡିକ ମଧ୍ୟରେ ତିନୋଟି ଇଣ୍ଡିଗୋର ହୋଇଥିବା ବେଳେ ଗୋଟିଏ ଏୟାର ଇଣ୍ଡିଆର ରହିଛି। ବିମାନରେ ଥିବା ଯାତ୍ରୀମାନେ ଏହି ଜରୁରୀ ଅବତରଣ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଗ ଟିକିଏ ଭଲ ହେଲେ ବିମାନଗୁଡ଼ିକ କୋଲକାତା ଅଭିମୁଖେ ଉଡ଼ାଣ କରିବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version