Latest

‘ଭେଣ୍ଟିଲେଟରକୁ ନଷ୍ଟ ନକରି ଲୋକଙ୍କ ଜୀବନ ବଞ୍ଚାଇବା କାମରେ ଲଗାନ୍ତୁ’

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୨୧ଟି ଭେଂଟିଲେଟର ବ୍ୟବସ୍ଥା ରହିଥିବାବେଳେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଚିରାଚରିତ ଭାବେ ଯାହା କହିଛନ୍ତି, ତାହା କେବଳ ମନଗଢା କାହାଣୀ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଭେଂଟିଲେଟର ନେଇ ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କ ପାଖରେ ନାହିଁ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ କେୟାର ଫାସିଲିଟିଜ୍ ସେକ୍ସନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୨୧ଟି ଭେଂଟିଲେଟର ବ୍ୟବସ୍ଥା ରହିଥିବା ଉଲ୍ଲେଖ ରହିଛି। ପିଏମ କେୟାର୍ସରେ ଆସିଥିବା ୫୬୭ଟି ଭେଂଟିଲେଟରର ହିସାବ ୱେବସାଇଟରେ ନାହିଁ କିମ୍ବା ସରକାରୀ ସ୍ତରରେ ପ୍ରକାଶ କରାଯାଇନାହିଁ।

ସେ କହିଛନ୍ତି, ଭେଂଟିଲେଟର ବ୍ୟବସ୍ଥା ନେଇ ଲେଲିନ ମହାନ୍ତି ଯେଉଁ ହିସାବ ଦେଇଛନ୍ତି, ତାହା ମନଗଢା କାହାଣୀ ଭଳି ଲାଗୁଛି। ଏବେ ବି ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ପ୍ରଧାନମନ୍ତ୍ରୀ ପିଏମ କେୟାର ଫଣ୍ଡରେ ଆସିଥିବା ଭେଂଟିଲେଟରର ହିସାବ ରଖନ୍ତୁ। ଭେଂଟିଲେଟର ବ୍ୟବସ୍ଥା ନେଇ ସରକାରୀ ସ୍ତରରେ ତଥ୍ୟକୁ ସାର୍ବଜନୀନ କରନ୍ତୁ ଏବଂ କୋଭିଡ୍ ସମୟରେ ଲୋକଙ୍କ ଜୀବନ ବଂଚାଇବା ପାଇଁ ଭେଂଟିଲେଟରକୁ ଖତ ନକରି ଲୋକଙ୍କ ଜୀବନ ବଂଚାନ୍ତୁ।

ବିଜେଡି ମୁଖପାତ୍ର ତାଙ୍କ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଭାରତ ସରକାର ଦେଇଥିବା ଭେଂଟିଲେଟରରୁ କିଛି ଅଚଳ ହୋଇଥିବା ବେଳେ କିଛିକୁ ଜରୁରୀକାଳୀନ ସମୟରେ ବ୍ୟବହାର ପାଇଁ ରଖାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version