Latest

ମହାମାରୀ କରୋନାରେ ଗଲା ୩୯ ଜୀବନ

Posted on

ଭୁବନେଶ୍ୱର: ମହାମାରୀ କରୋନାରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼ରୁ ୪ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡିରୁ ୩ ଲେଖାଏଁ; ବୌଦ୍ଧ ଜିଲ୍ଲାରୁ ୨ ଲେଖାଏଁ; ବରଗଡ଼, ଢେଙ୍କାନାଳ, ନବରଙ୍ଗପୁର, ନୂଆପଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୩,୪୭୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍‌ରେ ପ୍ରକାଶ ପାଇଛି
ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୪କୁ ବୃଦ୍ଧି ପାଇଛି। ସେହିପରି ପୁରୀରେ ୧୮୭, ସୁନ୍ଦରଗଡ଼ରେ ୩୧୯, ଝାରସୁଗୁଡ଼ାରେ ୯୮, କଟକରେ ୨୨୪, ଗଞ୍ଜାମରେ ୩୦୯, ଜଗତସିଂହପୁରରେ ୬୪, କଳାହାଣ୍ଡିରେ ୧୫୯, ସୁବର୍ଣ୍ଣପୁରରେ ୩୭, ନୂଆପଡ଼ାରେ ୬୬, ନବରଙ୍ଗପୁରରେ ୪୩, ଢେଙ୍କାନାଳରେ ୫୫, ବରଗଡ଼ରେ ୮୨, ବୌଦ୍ଧରେ ୭୫, ସମ୍ୱଲପୁର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦୧ କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version