Latest

ମାଟି ଅତଡ଼ା ଖସି ୩ ମହିଳା ମୃତ

Posted on

କୋରାପୁଟୁ, (ଓଡ଼ିଶା ୱେୟାର): ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। କୋରାପୁଟ ଜିଲ୍ଲା ପୋଡ଼ାଗୁଡ଼ାରେ ଘଟିଛି ଏହି ଅଘଟଣ। ଗୁରୁତର ମହିଳାଙ୍କୁ ପଟ୍ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତ ମହିଳାଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଆହତ ମହିଳାଙ୍କ ଚିକିତ୍ସା ମାଗଣା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପଟାଙ୍ଗୀ ଥାନା ରାଲେଗଡ଼ ପଞ୍ଚାୟତର ମିରିଆଲିପାଡ଼ୁ ଗାଁର ୧୧ ଜଣ ମହିଳା ଆଜି ସକାଳେ ଚୂନ ମାଟି ଆଣିବା ପାଇଁ ପୋଡ଼ାଗୁଡ଼ା ପାହାଡ଼କୁ ଯାଇଥିଲେ। ସେମାନଙ୍କ ଭିତରୁ ୩ ଜଣ ମହିଳା ସୁଢଙ୍ଗ ଭିତରେ ପଶି ଚୂନ ମାଟି ଖୋଳୁଥିଲେ। ଆଉ ଜଣେ ମହିଳା ସୁଢ଼ଙ୍ଗ ଭିତରୁ ପଶୁଥିବା ବେଳେ ହଠାତ୍ ବର୍ଷା ହେବାରୁ ମାଟି ଅତଡ଼ା ଖସିଥିଲା। ଫଳରେ ୩ ଜଣ ମହିଳା ଚାପି ହୋଇ ଯାଇଥିଲେ। ତେବେ ଚିତ୍କାର ଶୁଣି ଅନ୍ୟ ମହିଳାମାନେ ସେଠାରେ ପହଞ୍ଚି ସେମାନଙ୍କ ଭିତରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ଅନ୍ୟ ୩ ଜଣ ମହିଳା ମାଟି ଭିତରେ ପୋତି ଯାଇଥିଲେ। ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ମହିଳାଙ୍କୁ ପଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version