ରାଜନୀତି
ମାର୍ଚ୍ଚ ୨ସୁଦ୍ଧା ଆସିବେ ରାହୁଲ
ଭୁବନେଶ୍ୱର(ଓଡ଼ିଶା ୱେୟାର):କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତ ମାସ ୨୬ତାରିଖରେ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା କ୍ଷୀଣ। ତେବେ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଶ୍ରୀ ଗାନ୍ଧି ଓଡ଼ିଶା ଆସିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଏହାସହିତ ଦଳର ପ୍ରାର୍ଥୀ ଚୟନକୁ ନେଇ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ନିର୍ବାଚନରେ ଅସନ୍ତୁଷ୍ଟମାନେ ଦଳର କ୍ଷତି କରିପାରନ୍ତି ବୋଲି ନିରଞ୍ଜନ ଆଶଙ୍କା କରିଛନ୍ତି । ତେବେ ଯିଏ ବିଦ୍ରୋହ କରିବ ତା’ର ଜବାବ ଲୋକେ ଦେବେ ବୋଲି କହି ନିରଞ୍ଜନ ସେମାନଙ୍କୁ ସତର୍କ କରାଇବାକୁ ପ୍ରୟାସ କରିଛନ୍ତି । ଏବେ ସୁଦ୍ଧା ୧୧ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ସ୍କ୍ରିନିଂ କମିଟି କରିଛି । ଚଳିତମାସ ଶେଷ ସୁଦ୍ଧା ବାକି ଥିବା ୧୦ଟି ଲୋକସଭା ଓ ତତସଂଲଗ୍ନ ବିଧାନସଭା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହେବ । ତା’ପରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟିକୁ ଏହି ସମ୍ଭାବ୍ୟ ତାଲିକା ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ରାହୁଲ ୨୬ରେ ଓଡ଼ିଶା ଗସ୍ତରେ ଆସି ବରଗଡ଼ ଓ ଜୟପୁରରେ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା ।