ରାଜ୍ୟ

ମାଲକାନଗିରି ଏସପି ଓ ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ସୁପରିକଳ୍ପିତ ହତ୍ୟାକାଣ୍ଡ ମାମଲାରେ ଜିଲ୍ଲା ଏସପି ଓ ସ୍ଥାନୀୟ ଆଇସିସିଙ୍କୁ ତୁରନ୍ତ ବଦଳି ନିମନ୍ତେ ବିଜେପି ଦାବି କରିଛି ।
ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ପୁଲିସ ଡିଜିଙ୍କୁ ଭେଟି ସ୍ମାରକପତ୍ର ଦେବା ସହ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ଏହି ହତ୍ୟା ଘଟଣାରେ ଏତାଲା ରଖିବାରେ ବିଳମ୍ବ କରିଥିବା ଯୋଗୁ ଆଇଆଇସି ଓ ଜିଲ୍ଲା ଏସପିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଡିଜିପିଙ୍କ ପାଖରେ ଦାବି କରାଯାଇଛି । ଶ୍ରୀ ମାଝୀ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ମାଲକାନଗିରି ଏସଡିଜେଏମ କୋର୍ଟ ଜିଲ୍ଲାପ।।ଳଙ୍କ ସମେତ ୪ ଜଣ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ପୁଲିସ ପରିବାର ଲୋକଙ୍କ ଏତାଲା ରଖିଛିା ଏହି ଘଟଣାରେ ଜିଲ୍ଲାପାଳଙ୍କ ସଂପୃକ୍ତି ଥିବା ଯୋଗୁଁ ଜିଲ୍ଲା ଏସପି ଏହାକୁ ରଫାଦଫା କରିବା ପାଇଁ ପରିବାର ଲୋକଙ୍କ ଉପରେ ଚାପ ପକାଇ ପାରନ୍ତିା ପୂର୍ବରୁ ଜିଲ୍ଲା ଏସପି ଏବଂ ଆଇଆଇସି ଏତାଲା ଗ୍ରହଣ କରିନଥିବାବେଳେ ଏବେ ଏହି ଘଟଣାକୁ ଭିନ୍ନ ମୋଡ଼ ଦେଇ କେସକୁ ବନ୍ଦ କରିବା ପାଇଁ ଯୋଜନା କରୁଛନ୍ତିା ଏଣୁ ତୁରନ୍ତ ଜିଲ୍ଲା ଏସପି ଓ ଆଇଆଇସିଙ୍କୁ ବଦଳି କରାଗଲେ ଏହି ମାମଲାର ନିରପେକ୍ଷ ତଦନ୍ତ ସମ୍ଭବପର ହୋଇପାରିବ ।
ଏହି ପ୍ରତିନିଧି ଦଳରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ କଟକ ଜିଲ୍ଲା ବିଜେପି ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତି ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version