Latest

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ

Posted on

ଭାରତୀୟ ଇସ୍ପାତ ସଂଘ ପକ୍ଷରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଭେଟିଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ। ସେ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ସେ କହିଛନ୍ତି । ବର୍ଷକ ମଧ୍ୟରେ ଦୁଇ ଗୁଣା ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ । ୨୦୨୫ ସୁଦ୍ଧା ଅନୁଗୁଳ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟ ସରିବ ବୋଲି କହିଛନ୍ତି । ଅନୁଗୁଳ ଜିଲ୍ଲାରୁ ବାର୍ଷିକ ୧୨ ନିୟୁତ ଟନ ଇସ୍ପାତ ଉତ୍ପାଦନ କରାଯିବ। ୭ ବର୍ଷରେ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୨୫ ନିୟୁତ ଟନକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version