Latest

ମେ’ ୫ରୁ ଆଇସିଏସଇ ଦଶମ ବୋର୍ଡ , ଏପ୍ରିଲ ୮ରୁ ଦ୍ୱାଦଶ ପରୀକ୍ଷା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ମେ’ ୫ତାରିଖରୁ ଆଇସିଏସଇ(ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ) ପରୀକ୍ଷା ଓ ଏପ୍ରିଲ ୮ତାରିଖରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଆଇସିଏସଇ କାଉନସିଲ୍ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି ।
ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ମେ’ ୫ରୁ ଆରମ୍ଭ ହୋଇ ଜୁନ୍ ୭ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଆଇସିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୮ରୁ ଜୁନ୍ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ । ଦଶମ ପରୀକ୍ଷା ସକାଳ ୯ଟା ଓ ୧୧ଟାରେ ହେବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉଭୟ ସକାଳ ୯ଟା ଓ ଅପରାହ୍ନ ୨ଟାରେ ହେବ ବୋଲି ଜଣାପଡ଼ିଛି । କୋଭିଡ୍ ଗାଇଡଲାଇନ୍ ପାଳନ କରି ସ୍କୁଲଗୁଡ଼ିକ ଏହି ପରୀକ୍ଷା କରାଇବେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version