ରାଜନୀତି

ରଜନୀକାନ୍ତ ସିଂ ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଅନୁଗୁଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂ ବିଧାନସଭାର ଉପବାଚସ୍ପତି ହେବେ । ବିଜେଡି ପକ୍ଷରୁ ତାଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଷ୍ପତ୍ତି ନେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଷୋଡ଼ଶ ବିଧାନସଭାରେ ବିଜେଡିର ୧୧୧ ବିଧାୟକ ଥିବାରୁ ଦଳର ଉପବାଚସ୍ପତି ପ୍ରାର୍ଥୀ ଶ୍ରୀ ସିଂଙ୍କ ବିଜୟ ନିଶ୍ଚିତ ବୋଲି ଜଣାପଡ଼ୁଛି। ସେ ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version