Latest
ରତ୍ନଭଣ୍ଡାର ଖୋଲିବାକୁ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ
ଶ୍ରୀଜିଉଙ୍କ ଗଜ ବେଶ ଦର୍ଶନ ପରେ ରତ୍ନଭଣ୍ଡାର ଖୋଲିବା ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ନେଇ ଖୁବ୍ଶୀଘ୍ର ସରକାର ନିଷ୍ପତ୍ତି ନେବେ । କେବେ ଖୋଲିବ ସେନେଇ ଆଲୋଚନା ହୋଇଛି । ରତ୍ନଭଣ୍ଡାର ଖୋଲିବା ଓ ଗଣତି କରିବା ଏତେ ସହଜ ନୁହେଁ । ରତ୍ନଭଣ୍ଡାର ଗଣତି ଦିନେ ଦୁଇଦିନର କାମ ନୁହେଁ। ତେଣୁ ସମୟ ଲାଗିବ। ଗତଥର ଗଣିବା ପାଇଁ ୭୦ ଦିନ ଲାଗିଥିଲା। ଏଥର ମଧ୍ୟ ଗଣତି ଅଧିକ ସମୟ ଲାଗିବ। ପ୍ରାରମ୍ଭିକ ଆଲୋଚନା ସରିଛି, କେବେ ଖୋଲିବ ତାରିଖ ଶୀଘ୍ର ଜଣାଇବୁ ବୋଲି ମନ୍ତ୍ରୀ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ପାଇଁ ଏହି ସମୟ ଉପଯୁକ୍ତ ସମୟ ନୁହେଁ