Latest

ରଥ ଉପରେ ମୋବାଇଲ ନିଷେଧ

Posted on

ଶ୍ରୀମନ୍ଦିରର ନୀତି ଶୃଙ୍ଖଳାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ନୂଆ ଶ୍ରୀମନ୍ଦିର ମୁଖ୍ୟା ପ୍ରଶାସକ ଅରବିନ୍ଦ ପାଢ଼ୀ। ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି। ବିଶୃଙ୍ଖଳିତ ଆଚରଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।ଅଣସେବାୟତ ରଥ ଉପରକୁ ମୋବାଇଲ ନେଉଥିବା ପରିଲକ୍ଷିତ ହେଉଛି। ଏଭଳି ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ଆଡ଼ପ ପହଣ୍ଡି ଅଘଟଣର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ।ଆମ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଯେପରି କୌଣସି ନିନ୍ଦା ଆଣିବେନି।ଏଥିପାଇଁ ସେବକମାନଙ୍କ ସହଯୋଗ କାମନା କରୁଛୁ। ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ମାଗୁଛୁ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version