Latest
ରାଜଧାନୀରୁ ୭୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରୁ ୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଲୋକାଲ କେସ୍ ଥିବା ବେଳେ ୧୫ କ୍ୱାରେଣ୍ଟାଇନରେ ଅଛନ୍ତି। ଏବେ ଭୁବନେଶ୍ୱରରେ ମୋଟ୍ ଆକ୍ଟିଭ କେସ ସଂଖ୍ୟା ୪୦୨କୁ ବୃଦ୍ଧି ପାଇଛି। ଏନେଇ ବିଏମ୍ସି ଟ୍ୱିଟ୍ କରିଛି।
୫୬ ଲୋକାଲ କେସ୍ ଭିତରୁ ବରମୁଣ୍ଡାରୁ ୨, ଭୀମଟାଙ୍ଗିରୁ ଜଣେ, ବମିଖାଲରୁ ୩, ଡମଣାରୁ ଜଣେ, ହଂସପାଳରୁ ଜଣେ, ଜାଗମରାରୁ ଜଣେ, ଜୟଦେବ ବିହାରରୁ ୨, ଝାରପଡ଼ାରୁ ଜଣେ, ନଖରାରୁ ଜଣେ, ଲୋଇସ୍ ରୋଡ଼ରୁ ୪, ଲକ୍ଷ୍ମୀସାଗରରୁ ୨, ଖାରବେଳ ନଗରରୁ ୪, ଖଣ୍ଡଗିରିରୁ ୨, କପିଳପ୍ରସାଦରୁ ଜଣେ, କପିଳେଶ୍ୱରରୁ ଜଣେ, କଳ୍ପନାରୁ ଜଣେ, ନୟାପଲ୍ଲୀରୁ ୫, ନୀଳାଦ୍ରି ବିହାରରୁ ୪, ଓଲ୍ଡ ଟାଉନ୍ରୁ ୩, ପାହାଳରୁ ୨, ପଟିଆରୁ ଜଣେ, ପୋଖରୀପୁଟରୁ ଜଣେ, ପଟିଆରେ ଥିବା ଏକ ପ୍ରାଇଭେଟ୍ ସ୍କୁଲରୁ ଜଣେ, ରସୁଲଗଡ଼ରୁ ୩, ଭିଏସ୍ଏସ୍ ନଗରରୁ ଜଣେ, ୟୁନିଟ୍-୮ରୁ ଜଣେ, ୟୁନିଟ୍-୬ରୁ ଜଣେ, ୟୁନିଟ୍-୨ରୁ ଜଣେ, ଟଙ୍କପାଣି ରୋଡ୍ରୁ ଜଣେ, ସୁନ୍ଦରପଦାରୁ ଜଣେ, ସତ୍ୟନଗରରୁ ଜଣେ ଓ ସହିଦ ନଗରରୁ ଜଣେ ଲେଖାଏଁ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି।