Latest

ରାଜ୍ୟ ସରକାରଙ୍କ ଅପାରଗତାରୁ ସୀମାକୁ ଅକ୍ତିଆର କରୁଛନ୍ତି ପଡ଼ୋଶୀ ରାଜ୍ୟ : ବିଜେପି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡ଼ିଶାର ସୀମାବର୍ତ୍ତୀ ଅଂଚଳଗୁଡ଼ିକୁ ପଡ଼ୋଶୀ ରାଜ୍ୟମାନେ ଅକ୍ତିଆର କରିବାକୁ ଲାଗିଛନ୍ତି । ସୀମାରେ ରହୁଥିବା ଲୋକମାନଙ୍କୁ ପଡ଼ୋଶୀ ରାଜ୍ୟ ସୁବିଧାସୁଯୋଗ ଯୋଗାଇ ଦେବାକୁ ଆସୁଥିବାବେଳେ ଓଡ଼ିଶା ସରକାର ଅଣଦେଖା କରିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ବିଜେପି ଅଭିଯୋଗ କରିଛି ।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶା ଝାଡ଼ଖଣ୍ଡ ସୀମାବର୍ତ୍ତୀ ଡେଣୁଆଁ ଗାଁ ଗସ୍ତ କରି ବାସ୍ତବସ୍ଥିତି ପରଖିଛନ୍ତି । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ସୀମାବିବାଦକୁ ସମାଧାନ କରି ସୀମାବର୍ତ୍ତୀ ଅଂଚଳର ଲୋକଙ୍କ ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ଉଚିତ୍ । ବିଜେପିର ପ୍ରତିନିଧି ଦଳ ଡେଣୁଆଁ ଗାଁ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ସେଠାରେ ଲୋକମାନେ ମୌଳିକ ସୁବିଧା ସୁଯୋଗରୁ ବଂଚିତ ରହୁଥିବା ଜାଣିବାକୁ ପାଇଥିଲେ । କୋରାପୁଟ ଜିଲ୍ଲାର କୋଟିଆ ପରି ମୟୂରଭଞ୍ଜ ଜିଲ୍ଲାର ରରୁଆ ବ୍ଲକ ଡେଣୁଆଁ ଗାଁର ବାସିନ୍ଦାଙ୍କୁ ଝାଡ଼ଖଣ୍ଡ ରାଜ୍ୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛି । ଝାଡ଼ଖଣ୍ଡ ସରକାର ଭତ୍ତା ବାବଦକୁ ୧୦୦୦ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ୫୦୦ ଟଙ୍କା ଦେଉଛନ୍ତି । ଝାଡ଼ଖଣ୍ଡ ପାଇଁ ଓକିଲାତି କରୁଥିବା ଲୋକ ଏବେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଅଛନ୍ତି । ତାଙ୍କ ଜିଲ୍ଲାର ଗାଁକୁ ପଡ଼ୋଶୀ ରାଜ୍ୟ ଅକ୍ତିଆର କରିବାକୁ ବସିଥିବାବେଳେ ରାଜସ୍ୱ ମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟ ସରକାର ତୁରନ୍ତ ସୀମା ବିବାଦକୁ ସମାଧାନ କରିବା ସହ ସୀମାବର୍ତ୍ତୀ ଅଂଚଳର ଲୋକଙ୍କ ବିକାଶ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି । ଏହି ପ୍ରତିନିଧି ଦଳରେ ସ୍ଥାନୀୟ ସାଂସଦ ତଥା ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁଙ୍କ ସମେତ ବିଜେପି ବିଧାୟକ ପ୍ରକାଶ ସୋରନେ, ନବ ମାଝୀ, ଗଣେଶ ରାମ ଖୁଂଟିଆ, ଭାସ୍କର ମଢେଇ, ବୁର୍ଦ୍ଧାନ ମୁର୍ମୁ, ଗୋଲକ ମହାପାତ୍ର ଓ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
ଏହାପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଏକ ମିଶ୍ରଣ ପର୍ବରେ ଶ୍ରୀ ମହାନ୍ତି ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ଆଜି ବିଜେପିରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version