ରାଜ୍ୟ

ଶହୀଦଙ୍କ ସ୍ମୃତିରେ ଶିକ୍ଷାନୁଷ୍ଠାନରେ ହେବ ୨ମିନିଟର ନିରବ ପ୍ରାର୍ଥନା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କାଶ୍ମୀରର ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନରେ ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ୍ର ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଦିନ ୧୧ଟା ସମୟରେ ଏକକାଳୀନ ରାଜ୍ୟବ୍ୟାପୀ ଏହି ନିରବ ପ୍ରାର୍ଥନା କରାଯିବ।
ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା ସହିଦ୍ ହୋଇଥିଲେ। ଦୁଇ ସହିଦ୍ଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଁଏ ସହାୟତା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିପରି ଶୋକସନ୍ତପ୍ତ ପରିବାରକୁ ଭେଟିବା ପାଇଁ ୨ଜଣ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version