ରାଜନୀତି

ଷଷ୍ଠ ଦିନରେ ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଯାତ୍ରା

Posted on

ଭୁବନେଶ୍ୱର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲାର ଚିଖଲି ଠାରୁ ଶୁଭାରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଜନଜାଗରଣ ଯାତ୍ରା ଆଜି ଷଷ୍ଠ ଦିବସରେ ପହଞ୍ôଚଛି । ଏହି ଜନଜାଗରଣ ଯାତ୍ରାର ଦକ୍ଷିଣ ପାଶ୍ୱର୍ ଅଭିଯାତ୍ରୀ କଟକ ବାରବାଟୀ ଷ୍ଟାଡିୟମ୍‍ରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିବା ବେଳେ ବାମ ପାଶ୍ୱର୍ର ଅଭିଯାତ୍ରୀ ଆଠଗଡ଼ରୁ ଚୌଦ୍ୱାରା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ମହାନଦୀର ଦକ୍ଷିଣ ପାଶ୍ୱର୍ରେ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ସୁରକ୍ଷା ପାଇଁ ଜନଜାଗରଣ ଅଭିଯାନ ସୋମବାର କଟକ ବାରବାଟୀ ଷ୍ଟାଡିୟମ୍‍ରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରାରମ୍ଭ କରିଥିଲା । ଦୟାବ୍ରିଜ୍‍ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ୪ଟାରେ ଦୟାବ୍ରିଜ୍‍ରୁ ଜନଜାଗରଣ ଅଭିଯାନ ସାମନ୍ତରାପୁର, କପିଳେଶ୍ୱର ଛକ, ଏକାମ୍ର କଲେଜ୍‍ ଛକ, ପୋଖରୀପୁଟ ଓ ଖଣ୍ଡିଗିରି ଦେଇ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲା । ଆଜି ଖୋର୍ଦ୍ଧାରେ ରାତ୍ର ରହଣୀ ପରେ ଆସନ୍ତାକାଲି ସକାଳେ ରାମେଶ୍ୱର ଦେଇ ପୁରୀ ଜିଲ୍ଲା ଅଭିମୁଖେ ବାହାରିବ ଜନଜାଗରଣ ଯାତ୍ରା ।
ସେହିପରି ମହାନଦୀ ବାମ ପାଶ୍ୱର୍ରେ ଯାତ୍ରା କରୁଥିବା ଉପ-ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଜନଜାଗରଣ ଯାତ୍ରା ଆଜି ଆଠଗଡ଼ ଛାଡ଼ି ଚୌଦ୍ୱାରରେ ପହଞ୍ôଚଥିଲା । ବାଟରେ କଖଡ଼ି, ଘଣ୍ଟିଖାଲ, ମଞ୍ଚେଶ୍ୱର, ଧବଳେଶ୍ୱର, ନୂଆପାଟଣା ଛକ, ଢିହସାହି ଆଦି ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ୪ଟାରେ ଚୌଦ୍ୱାର ଠାରେ କଟକ-ଚୌଦ୍ୱାର ସଂଯୋଜକ ଆର୍ତ୍ତରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା । ପରେ ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍‍ ରାଲି ଅଭିଯାତ୍ରୀଙ୍କୁ ମଙ୍ଗୁଳି ଛକରୁ ପାଛୋଟି ନେଇ ଟାଙ୍ଗୀ ଠାରେ ପଥପ୍ରାନ୍ତ ସଭା କରି ଗୋବିନ୍ଦପୁର ଠାରେ ଯାଜପୁର ଅଭିମୁଖେ ମେଲାଣି ଦେଇଥିଲେ । ସେଠାରୁ ଛତିଆ, ବଡ଼ଚଣା, ଚଣ୍ଡିଖୋଲ ଦେଇ ଜାରକା ଅଭିମୁଖେ ଯାତ୍ରା କରି ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜାରକାରେ ଆଜି ରାତ୍ରରହଣୀ ପରେ ଆସନ୍ତାକାଲି ଯାଜପୁର ଟାଉନ୍‍ ଅଭିମୁଖେ ଜନଜାଗରଣ ଯାତ୍ରା ବାହାରିବ । ବାମ ପାଶ୍ୱର୍ରେ ସାଂସଦ ରୀତା ତରାଇ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ପ୍ରଣବ କୁମାର ବଳବନ୍ତରାୟ, ଯାଜପୁର ଜିଲ୍ଲା ସଭାପତି ସରୋଜ ମହାପାତ୍ର, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତିଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି, ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version