Latest
ସର୍ବଦଳୀୟ ବୈଠକ ପାଇଁ ନବୀନଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ୨୨ ତାରିଖ ଅର୍ଥାତ ଆସନ୍ତାକାଲି ଅଧିବେଶନ ଆରମ୍ଭ ହେବ। ତେଣୁ ନବୀନ ନିବାସ ଯାଇ ସର୍ବଦଳୀୟ ବୈଠକ ପାଇଁ ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସବୁଦିନ ବିଧାନସଭା ଆସିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ବିରୋଧୀଦଳ ନେତା ଭାବେ ଗଠନମୂଳକ ପ୍ରସ୍ତାବ ଦେଲେ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।