Latest

ସାଲିଆ ସାହିରେ ଦେଶୀ ମଦ ଜବତ

Posted on

ଭୁବନେଶ୍ୱର ଦେଶୀ ମଦର ହବ୍ ପାଲଟିଛି ସାଲିଆ ସାହି । ପୁଣି ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍‌ ।ସାଲିଆସାହି ନୀଳଚକ୍ର ନଗରରେ ଅବକାରୀ ଟିମ୍‌ର ଚଢାଉ ବେଳେ ଶହଶହ ଲିଟର ଦେଶୀ ମଦ ଜବତ ସହ ପୋଚ ଜବତ ହୋଇଥିବାର ଜଣାପଡିଛି ।ପୂଜାପାଇଁ ଦେଶୀମଦ ପ୍ରସ୍ତୁତ ହେଉଥିବାବେଳେ କୈାଣସି ସୁତ୍ରରୁ ଖବରପାଇ ଅବକାରୀ ଥାନା ପୋଲିସ ଅଚାନକଭାବେ ଚଢାଉକରିଥିଲା ।

ଘଟଣାସ୍ଥଳରୁ ଶହଶହ ଲିଟର ଦେଶୀ ମଦ ନଷ୍ଟ ଜବତ କରିବା ସହ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ନିୟମିତ ବ୍ୟବଧାନରେ କମିଶନରେଟ ପୋଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ସାଲିଆ ସାହିରେ କରାଯାଉଛି ଚଢାଉ । ସବୁବେଳେ ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣର ଦେଶୀ ମଦ,ପୋଚ,ହାଣ୍ଡିଆ, ଜବତ କରାଯାଉଛି । କିନ୍ତୁ ଦେଶୀ ମଦ ବାହାରିବା ବନ୍ଦ ହେଉନାହିଁ ।

Leave a Reply

Your email address will not be published. Required fields are marked *

Most Popular

Exit mobile version