ରାଜ୍ୟ
ସୋମବାର କ୍ୟାବିନେଟ୍
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ସୋମବାର ପୂର୍ବାହ୍ନ ୧୧ଟା ୪୫ମିନିଟ୍ରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି କ୍ୟାବିନେଟ୍ର ଏଜେଣ୍ଡା ସମ୍ପର୍କରେ ମନ୍ତ୍ରୀମାନଙ୍କୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ଅନ୍ୟ କୌଣସି କାର୍ଯ୍ୟକ୍ରମ ନରଖିବା ପାଇଁ ମନ୍ତ୍ରୀମାନଙ୍କୁ କୁହାଯାଇଛି ।