ରାଜନୀତି

ସୌମ୍ୟଙ୍କୁ ପୁଣି ସୁଯୋଗ, ୫ ବିଧାୟକ ବାଦ ପଡିଲେ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର) : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି କିଛି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବାକି ଥିବା ଦୁଇଟି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବେଳେ ୧୦ ବିଧାନସଭା ମଧ୍ୟରୁ ୭ଟିରେ ନାମ ଘୋଷଣା କରିଛନ୍ତି । ଏଥିରେ ୭ଟି ଯାକ ଆସନରେ ଦଳର କେବଳ ଜଣେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆଉ ଜଣେ ବିଧାୟକଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି । ହେଲେ ବିଧାୟକ ଆକାଶ ଦାସ ନାୟକ, ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସଞ୍ଜୀବ ସାହୁ, ଅନୁଭବ ମହାନ୍ତିଙ୍କୁ ଦଳ ନିରାଶ କରିଛି । ଯାହା ଚର୍ଚ୍ଚା ହେଉଥିଲା ଯେ ଏଥର ବିଧାନସଭା ପାଇଁ ସୌମ୍ୟରଞ୍ଜନ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇଛି । ଚମ୍ପୁଆ, କେନ୍ଦ୍ରପଡା ଓ ବାରିପଦା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *

Most Popular

Exit mobile version