ରାଜ୍ୟ

ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପଛେ ପଛେ ଚାଲିଗଲେ ତାଙ୍କ ପୁଅ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ମେ’ ୯ ତାରିଖରେ କରୋନାରେ ଆଖି ବୁଜିଥିଲେ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର‌୍ୟ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ଆଉ ୧୦ ଦିନ ପରେ ଆଜି ତାଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ଏବଂ ବିସିସିଆଇ ରେଫରୀ ପ୍ରଶାନ୍ତ ମହାପାତ୍ରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା।

ପ୍ରଶାନ୍ତ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଏପରିକି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ମଧ୍ୟ ଆସିଥିଲା। ସେଥିପାଇଁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଉତ୍ସାହିତ ଥିଲେ। ତେବେ ହଠାତ୍ ପୁଣି ଥରେ ତାଙ୍କ ଅବସ୍ଥା ଗୁରୁତର ହୋଇଗଲା। ତେଣୁ ତାଙ୍କୁ ରେସ୍‌ପେରେଟୋରୀ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଶେଷରେ ସେ ଆଜି ସକାଳେ ଆଖି ବୁଜି ଦେଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version