Latest

ହାତ ଧରିଲେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ

Posted on

ରାଜନୀତିରେ ପାଦ ଦେଲେ ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ । ଆଜି ଉଭୟ କଂଗ୍ରେସରେ ଯୋଗ ଦେଇଛନ୍ତି। ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି କଂଗ୍ରେରେ ସାମିଲ ହୋଇଛନ୍ତି। ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ଉଭୟଙ୍କ ନାମ ଦଳର ପ୍ରାର୍ଥୀ ତାଲିକାରେ ଦେଖାଯିବାର ସମ୍ଭାବନା ରହିଛି।ଦୁଇ ଦିନ ପୂର୍ବେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସର ପୂର୍ବତନ ସଭାପତି ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବା ପୂର୍ବରୁ ଆଜି ରେଳ ସେବାରୁ ଇସ୍ତଫା ଦେଇଥିବା ସୂଚନା।

Leave a Reply

Your email address will not be published. Required fields are marked *

Most Popular

Exit mobile version