ରାଜନୀତି
ହିଞ୍ଜିଳି ପାଇଁ ନବୀନଙ୍କ ନାମାଙ୍କନ ଦାଖଲ
ଭୁବନେଶ୍ୱର(ଓଡ଼ିଶା ୱେୟାର) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ନିର୍ବାଚନ ପାଇଁ ହିଞ୍ଜିଳି ବିଧାନସଭା ପ୍ରାର୍ଥୀଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ତାରାତାରୀଣୀ ଯାଇ ମା’ଙ୍କ ଆର୍ଶୀବାଦ ନେବାପରେ ଛତ୍ରପୁର ଆସିଥିଲେ । ଛତ୍ରପୁରରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ଦଳର ବରିଷ୍ଠ ନୋମାନେ ସେଠି ଉପସ୍ଥିତ ଥିଲେ । ଗଞ୍ଜାମ ଜିଲାର ମନ୍ତ୍ରୀ ଓ ବରିଷ୍ଠ ନେତା ଉପସ୍ଥିତ ଥାଇ ନିଜର ଏକତା ପଦର୍ଶନ କରିଥିଲେ । ଟିକେଟ ପାଇବାରୁ ବଞ୍ଚିତ ଥିବା ରମେଶ ଚନ୍ଦ୍ର ଚାଓ ପଟ୍ଟନାୟକ ମଧ୍ୟ ସେଠି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଲଗାତାର ଭାବେ ୨୦୦୦ ମସିହାରୁ ହିଞ୍ଜିଳି ବିଧାନସଭା ପରାଇଁ ପ୍ରାର୍ଥୀ ହେବାସହ ଜିତି ଚାଲିଛନ୍ତି । ଏଥର ଏହା ହେବ ତାଙ୍କର ୫ମ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀଙ୍କୁ ବିରାଟ ସୋଭାଯାତ୍ରରେ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ନେଇଥିଲେ ।