Latest

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜ୍ୟର ସମସ୍ତ ଗାଁକୁ ମିଳିବ ବିଦ୍ୟୁତ ସଂଯୋଗ

Posted on

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି। ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏହା କହିଛନ୍ତି। ଜିଲ୍ଲାସ୍ତରୀୟ କମିଟି ନିୟମିତ କାହିଁକି ବସୁନି ବୋଲି ବିଧାୟକ ଶ୍ରୀ ପାତ୍ର ପ୍ରଶ୍ନ କରିଥିଲେ। ତେବେ ଜବାବ ଦେଇ ଶ୍ରୀ ସିଂହଦେଓ କହିଥିଲେ ଯେ,୨୪ ବର୍ଷ ଆପଣଙ୍କ ସରକାର ଥିଲା, କାହିଁକି ବସୁନଥିଲା ଆପଣ କହିପାରିବେ। ଆମେ ୩ ମାସ ହେବ ଆସିଛୁ, ହେଲେ ନିୟମିତ କମିଟି ବସିବ ବୋଲି ଆମେ ଆଶ୍ବାସନା ଦେଉଛୁ।

Leave a Reply

Your email address will not be published. Required fields are marked *

Most Popular

Exit mobile version