ରାଜନୀତି

୨୨ରେ ମୋଦି, ୨୪ରେ ଶାହ

Posted on

ଭୁବନେଶ୍ୱର: ଓଡ଼ିଶାରେ ୧୨୦ ଆସନ ଜିତିବା ପାଇଁ ଦମ୍ଭୋକ୍ତି ବ୍ୟକ୍ତ କରିଥିବା ବିଜେପିର ଆଭିମୁଖ୍ୟକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କେତେବେଳେ ଓଡ଼ିଶାର ଶାସକ ବିଜେଡି ପାଖରେ ବିଜେପି ଶରଣ ପଶୁଛି ତ ଆଉ କେତେବେଳେ ଦଳୀୟ ସଂଗଠନକୁ ସକ୍ରିୟ କରିବା ପାଇଁ ହେଭିୱେଟଙ୍କୁ ଓଡ଼ିଶା ଆଣି ରାଜ୍ୟରେ କ୍ଷମତା ଦଖଲର ସ୍ୱପ୍ନର ମଞ୍ଜି ବୁଣୁଛି । ତେବେ ଏସବୁ ମଧ୍ୟରେ ଚଳିତ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୪ତାରିଖରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ରାଜ୍ୟ ରାଜନୀତି ଉଷ୍ମ ହୋଇପଡ଼ିଛି ।
ପ୍ରଧାନମନ୍ତ୍ରୀ ମୋଦି ୨୨ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ ସହ ତାଳଚେର ସାର କାରଖାନାର ପୁନରୁଦ୍ଧାରର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିବାବେଳେ ଶ୍ରୀ ଶାହ ୨୪ତାରିଖରେ ପୁରୀରେ ମହିଳା ସମାବେଶରେ ସାମିଲ ହେବେ ବୋଲି ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ନିର୍ବାଚନୀ ବର୍ଷରେ ବିଜେପିର ଏଭଳି ଆଭିମୁଖ୍ୟକୁ ନେଇ ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version