ରାଜ୍ୟ

୨୪ ଘଣ୍ଟାରେ ୪ ମାଓବାଦୀ ନିହତ

Posted on

ଭୁବନେଶ୍ୱର: ୨୪ ଘଣ୍ଟା ଭିତରେ ରାଜ୍ୟରେ ୪ଜଣ ମାଓବାଦୀ ନିହତ ହୋଇଛନ୍ତି। ବଲାଙ୍ଗୀର ଓ କନ୍ଧମାଳରେ ପୋଲିସ ଏନକାଉଣ୍ଟର କରି ଦୁଇ ଜଣ ଲେଖାଏଁ ମାଓବାଦୀଙ୍କୁ ମାରିଛି। କନ୍ଧମାଳ ସୁଡ଼ୁରୁକୁମ୍ପାରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨ଜଣ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କଠାରୁ ୪ଟି ବନ୍ଧୁକ ଜବତ କରାଯାଇଛି। ସେହିପରି ଗତକାଲି ରାତିରେ ବଲାଙ୍ଗିର ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଏନ୍‌କାଉଣ୍ଟରରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ ଡିଭିଜିନାଲ କମିଟି ମେମ୍ବର ସଞ୍ଜୀବ ଓ ଏରିଆ କମିଟି ମେମ୍ବର ରାକେଶ। ସଞ୍ଜୀବ ନାଁରେ ୫ ଲକ୍ଷ ଓ ରାକେଶ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ମୃତ ମାଓବାଦୀଙ୍କଠାରୁ ଗୋଟିଏ AK-47 ଓ ଗୋଟିଏ ଇନସାନ୍ ରାଇଫଲ୍ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଉଭୟେ ବଲାଙ୍ଗିର-ବରଗଡ଼-ମହସମୂଦ ବିବିଏମ୍‌ ଡିଭିଜନ୍‌ର ବଲାଙ୍ଗିର ପ୍ଲାଟୁନର ନେତୃତ୍ୱ ନେଉଥିଲେ। ଅପରେସନ୍‌ରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ପୋଲିସ୍ ସନ୍ଦେହ କରୁଛି। ଚଳିତବର୍ଷ ବିଭିନ୍ନ ଅପରେସନ୍‌ରେ ୯ଜଣ ମାଓବାଦୀ ପ୍ରାଣ ହରାଇଲେଣି।

Leave a Reply

Your email address will not be published. Required fields are marked *

Most Popular

Exit mobile version