ରାଜନୀତି

୨୬ରେ ବିଜେଡି ବିଧାୟକ ଦଳ ବୈଠକ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ୨୬ତାରିଖ ରବିବାର ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଭାବେ ବିଧାୟକ ଦଳର ନେତା ଭାବେ ମନୋନୀତ କରାଯିବ। ଏହାପରେ ହିଁ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।
ଆଜି ଏ ସମ୍ପର୍କରେ ସୂଚନା ଦେଇ ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ସମସ୍ତ ନବନିର୍ବାଚିତ ବିଜେଡି ବିଧାୟକ ୨୬ତାରିଖ ରବିବାର ସକାଳେ ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବେ। ଅପରାହ୍ନରେ ବିଜେଡି ରାଜ୍ୟ ମୁଖ୍ୟାଳୟରେ ବିଧାୟକ ଦଳ ବୈଠକ ବସି ଶ୍ରୀ ପଟ୍ଟନାୟକଙ୍କୁ ନେତା ଚୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ବିଜେଡି ସୂତ୍ର ଅନୁସାରେ, ବିଧାୟକ ଦଳ ବୈଠକ ପରେ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ବିଜେଡି ଦାବି ଉପସ୍ଥାପନ କରିବା ସହ ସୋମବାର ଶପଥ ଗ୍ରହଣ ସମାରୋହ ନିମନ୍ତେ ସମୟ ଲୋଡ଼ିବ। ସୋମବାର ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲରେ ନିରାଡ଼ମ୍ବର ଭାବେ ନବୀନଙ୍କ ନେତୃତ୍ୱରେ ନୂଆ ମନ୍ତ୍ରିମଣ୍ଡଳ ପଦ ଓ ଗୋପନୀୟତାର ଶପଥ ନେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version