ରାଜ୍ୟ

୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା କେମୋ ଥେରାପି

Posted on

ଭୁବନେଶ୍ୱର: ରାଜ୍ୟରେ କ୍ୟାନସର ରୋଗୀ ଚିହ୍ନଟ, ଚିକିତ୍ସା ସୁବିଧା ଓ ନିରାକରଣରେ ସହାୟତା ଦେବ ଟାଟା। ଏଥିପାଇଁ ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବା ଏମଓୟୁ। ଆଜି ସଚିବାଳୟରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଏନ୍ ଟାଟା ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସାକ୍ଷର ହୋଇଛି ଏମଓୟୁ।

କମ୍ପ୍ରିହେନ୍‌ସିଭ୍ କ୍ୟାନ୍‌ସର କେୟାର ପ୍ରୋଗ୍ରାମ ମାଧ୍ୟମରେ ରାଜ୍ୟରେ କ୍ୟାନସର ହାର କମାଇବା ସହ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବ ଟାଟା। ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ କେମୋ ଥେରାପି ବ୍ୟବସ୍ଥା କରାଯିବ। କିଛି ନିର୍ଦ୍ଦିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡିଓଥେରାପି ସେବା ମଧ୍ୟ ଦିଆଯିବ। ସେହିଭଳି କ୍ୟାନସରକୁ ଆଗତୁରା ଚିହ୍ନଟ କରିବା ଦିଗରେ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ। ଭୁବନେଶ୍ୱରରେ ଏକ ଆପେକ୍ସ କ୍ୟାନସର କେୟାର ସେଣ୍ଟର ପ୍ରତିଷ୍ଠା କରିବ ଟାଟା। ଏଠାରେ କ୍ୟାନସର ରୋଗୀମାନେ କମ୍ ଖର୍ଚ୍ଚରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଇପାରିବେ। ଏଥିସହ କଟକରେ ଥିବା ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରକୁ ନବୀକରଣ କରାଯାଇ କମ୍ପ୍ରିହେନସିଭ୍ କ୍ୟାନସର କେୟାର ହସ୍ପିଟାଲରେ ପରିଣତ କରାଯିବ। ଫଳରେ ଜଟିଳ ସ୍ଥିତି ଥିବା ରୋଗୀମାନଙ୍କୁ ଏଠାରେ ଚିକିତ୍ସା କରାଯାଇପାରିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version