Latest
୫୫ନମ୍ବର ଜାତୀୟ ରାଜପଥରେ ଟ୍ରକ ଚାପାରେ ୩ଜଣଙ୍କ ମୃତ୍ୟୁ
ଅନୁଗୁଳ ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥରେ ଟ୍ରକ ଚାପାରେ ଏକା ଥରକେ ୩ଜଣଙ୍କ ଜୀବନ ଚାଲି ଯାଇଛି। ତିନି ଜଣ ହେଲେ ଜରପଡା ଥାନା ଡେରେଜାଙ୍ଗ ଗାଁର ରୁପା ଦେହୁରୀ (୪୮), ରାଜେନ୍ଦ୍ର ପ୍ରଧାନ (୨୨) ଓ ସୁବ୍ରତ ପ୍ରଧାନ (୧୭) ।ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ସଦର ଥାନା ପୁଲିସ ସେଠାରେ ପହଞ୍ଚିଛି। ରାସ୍ତାରେ ଶହ ଶହ ଗାଡ଼ି ମଟର ଅଟକି ରହିଛି। ଏଥି ମଧ୍ୟରେ ଦୁଇଜଣ ମାଛ ବ୍ୟବସାୟୀ ରହିଥିବା ବେଳେ କଲେଜ ଛାତ୍ର ସୁବ୍ରତ ଟିଉସନ ହେବାକୁ ଯାଉଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଆଜି ସକାଳୁ ଏକ ବାଇକରେ ତିନିଜଣ ଅନୁଗୁଳ ବଜାରକୁ କୌଣସି କାମରେ ଆସୁଥିଲେ। ତେବେ ପଞ୍ଚମହଲା ନିକଟରେ ପଛ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ (ଏମ ପି -୦୯-ଏଚ ଏଚ -୮୨୭୬)ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ବାଇକରେ ଥିବା ତିନିଜଣଙ୍କ ଜୀବନ ଚାଲି ଯାଇଥିଲା।