Latest

ମ୍ୟାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ଆବେଦନ କଲେ ୧୫୧୫୫ ପିଲା

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟର):
ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ଦେବା ପାଇଁ ଆବେଦନ ତାରିଖ ଶେଷ ହୋଇଛି। ଶେଷ ତାରିଖ ସୁଦ୍ଧା ମୋଟ୍ ୧୫୧୫୫ ପିଲା ଆବେଦନ କରିଛନ୍ତି। ସେଥିରୁ ୬୫୯୬ ଜଣ ରେଗୁଲାର ପିଲା ଆବେଦନ କରିଥିବା ବେଳେ ୮୪୯୩ ଜଣ ରାଜ୍ୟ ଓପନ ସ୍କୁଲ ଲାଗି ପିଲା ଅଛନ୍ତି। ସେହିପରି ୬୬ ଜଣ ମଧ୍ୟମା ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି ବୋଲି ଜଣାପଡ଼ିଛି।
କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ହୋଇନଥିଲା। ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଥିଲେ। ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଥିଲେ। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ।
ତେବେ ପ୍ରକାଶ ପାଇଥିବା ପରୀକ୍ଷାଫଳରେ କେତେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କ ପାଇଁ ବିକଳ୍ପ ଭାବେ ଅଫ୍ ଲାଇନ୍ ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଜୁଲାଇ ୩୦ ତାରିଖରୁ ଅଫ୍ଲାଇନ୍ ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *

Most Popular

Exit mobile version