ରାଜ୍ୟ

୧୭୨ ନୂଆ ଦନ୍ତ ଡାକ୍ତରଙ୍କୁ ନିଯୁକ୍ତି

Posted on

ଭୁବନେଶ୍ୱର: ରାଜ୍ୟ ସରକାର ୧୭୨ଜଣ ନୂଆ ଦନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଆଜି ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ବିଜ୍ଞପ୍ତି ଜାରି ହୋଇଛି।ଏହି ୧୭୨ଜଣ ଡାକ୍ତରଙ୍କ ମଧ୍ୟରେ ୧୦୬ଜଣ ମହିଳା ଓ ୬୬ଜଣ ପୁରୁଷ ଡାକ୍ତର ଅଛନ୍ତି।
ସୂଚନା ଅନୁସାରେ ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିସ୍ ଆଧାରରେ ଏହି ଡାକ୍ତରମାନଙ୍କୁ ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା(ଦନ୍ତ) କ୍ୟାଡରର ଗ୍ରୁପ୍-ଏ(ଜୁନିୟର) ବର୍ଗରେ ଡେଂଟାଲ ସର୍ଜନ ଭାବେ ନିଯୁକ୍ତି  ମିଳିଛି।ଏହି ଡାକ୍ତରମାନେ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ ୫୬୧୦୦ ଟଙ୍କା ଦରମା ହାର ସହ ଅନ୍ୟାନ୍ୟ ଭତା ପାଇବେ।
ଏହି ଡାକ୍ତରମାନଙ୍କୁ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ଦିନ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version