Latest

ମେକ୍ସିକୋରେ ସଡ଼କ ଦୁର୍ଘଟଣା, ୧୯ ମୃତ

Posted on

ମେକ୍ସିକୋରେ ଏକ ମାଲବାହୀ ଟ୍ରକ ଟୋଲଗେଟ୍‌ ଏବଂ ଅନ୍ୟ ୬ଟି ଗାଡିକୁ ଧକ୍କା ଦେବା ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଆଉ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମେକ୍ସିକୋର ଫେଡେରାଲ ରୋଡ୍ସ ଏବଂ ବ୍ରିଜ ସମ୍ବନ୍ଧୀୟ ସର୍ଭିସ ଏଜେନ୍ସୀ ବୟାନ ମୁତାବକ, ଶାମ୍ପୁ ପ୍ରସ୍ତୁତ ହେଉଥିବା ପଦାର୍ଥ ନେଇ ଯାଉଥିବା ଏକ ଟ୍ରକର ବ୍ରେକ ଖରାପ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଯୋଗୁଁ ଟ୍ରକଟି ଟୋଲ ବୁଥ୍‌ ଅନ୍ୟ ଗାଡି ସହିତ ଧକ୍କା ହୋଇଥିଲା।
ସୋସିଆଲ ମିଡିଆରେ ଏହି ଘଟଣାର କିଛି ଭିଡିଓ ସାମ୍ନାକୁ ଆସିବା ପରେ ଟ୍ରକ ଏବଂ ଅନ୍ୟ ଗାଡିରେ ନିଆଁ ଲଗାଯାଇଥିଲା। ଏହାପୂର୍ବରୁ କ୍ରୋସିଆରେ ହାଇେଓ୍ଵରେ ଏକ ବସ୍‌ ଦୁର୍ଘଟଣା ହେବା ଦ୍ୱାରା ୧୦ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣାରେ ଅତି କମ୍‌ରେ ୪୫ ଜଣ ଲୋକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ରାଜଧାନୀ ଜୋଗରେବ ଏବଂ ସର୍ବିଆର ସୀମାବର୍ତ୍ତୀ ଅଞ୍ଚଳରେ ହୋଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version