ରାଜ୍ୟ

ପଶ୍ଚିମ ଓଡ଼ିଶାରେ ମହାବନ୍ଦ: ଜୀବନଯାତ୍ରା ଠପ୍‌

Posted on

ସମ୍ବଲପୁର(ଓଡବ୍ଲ୍ୟୁ):ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ପଶ୍ଚିମ ଓଡ଼ିଶାରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ମହାବନ୍ଦ୍‌ର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସମେତ ବିଭିନ୍ନ ସଂଗଠନ ଏବଂ ପ୍ରମୁଖ ରାଜନୈତିକ ଦଳ ଏହି ବନ୍ଦ୍‌ରେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମଧ୍ୟ ବନ୍ଦ୍‌ ଜାରି ରହିବ। ଏହାପରେ ବି ସରକାର କୌଣସି ପଦକ୍ଷେପ ନନେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି ।

ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନରେ ଯୋଡ଼ି ହୋଇଛି ଆଉଏକ ଫର୍ଦ୍ଦ। ଅଢ଼େଇ ମାସରୁ ଅଧିକ ସମୟ ଧରି କ୍ରମାଗତ ରିଲେ ଅନଶନ ପରେ ଆଜିଠାରୁ ୨ ଦିନିଆ ମହାବନ୍ଦ୍‌ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ପ୍ରଥମ ଦିନରେ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ଆଜି ଶୂନଶାନ ଲାଗୁଥିଲା।

ବନ୍ଦ୍‌ ପ୍ରଭାବରେ ରାସ୍ତାଘାଟରେ ଗାଡ଼ି ଚଳାଚଳ କରୁ ନଥିବାରୁ ସାଧାରଣ ଯାତ୍ରୀଙ୍କ ସମେତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଶେଷକରି ପଶ୍ଚିମ ଓଡ଼ିଶାର ବଡ଼ ଡାକ୍ତରଖାନା ବୁର୍ଲା ମେଡ଼ିକାଲ୍ କଲେଜ୍ ଓ ହସପିଟାଲ୍‌କୁ ଯାନବାହନ ଚଳାଚଳ କରିପାରି ନଥିବାରୁ ରୋଗୀ ଓ ସମ୍ପର୍କୀୟଙ୍କୁ ଚାଲି ଚାଲି ଯିବାକୁ ପଡ଼ିଥିଲା। ବଲାଙ୍ଗିରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବଲାଙ୍ଗିରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଇସ୍ପାତ ଏକ୍ସପ୍ରେସ ବରଗଡ଼ରେ ଅଟକି ରହିବାରୁ ଟ୍ରେନ୍‌ରେ ଥିବା ଚାଷୀଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡ଼ିଥିଲା। ପଶ୍ଚିମ ଓଡ଼ିଶା ଦେଇ ଚଳାଚଳ କରୁଥିବା ପ୍ରାୟ ୧୨ଟି ଟ୍ରେନକୁ ବାତିଲ୍ କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version