ରାଜ୍ୟ

ମାର୍ଚ୍ଚ ୭ରୁ ଯୁକ୍ତ ଦୁଇ,ଫେବୃୟାରୀ ୨୨ରୁ ମାଟ୍ରିକ ପରୀକ୍ଷା

Posted on

ଭୁବନେଶ୍ୱର/କଟକ (ଓଡ଼ିଶା ୱେୟାର): ମାର୍ଚ୍ଚ ୭ରୁ ସାରା ରାଜ୍ୟରେ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।ପ୍ରଥମ ଦିନ ଅର୍ଥାତ ମାର୍ଚ୍ଚ ୭ରେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହେବ।୮ରୁ କଳା ପରୀକ୍ଷା ଆରମ୍ଭ ହେବ।କିନ୍ତୁ ଜାନୁୟାରୀ ୨୮ ତାରିଖରୁ ପେବୃୟାରୀ ୮ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ।ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ୨୦୧୯ ମସିହା ଫେବ୍ରୁୟାରି ୨୨ ତାରିଖରୁ ଆରମ୍ଭ ହେବା।ଏନେଇ ପ୍ରସ୍ତୁତି କାର‌୍ୟ୍ୟ ଜୋରସୋରରେ ଚାଲିଛି।ଯଦିଓ ବୋର୍ଡ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନାହିଁ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଫେବ୍ରୁୟାରି ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ପାଇଁ ଏପ୍ରକାର ନିଷ୍ପତି ନିଆଯାଇଛି।ଅନୁଷ୍ଠିତ ବୋର୍ଡ ବୈଠକରେ ଏ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ଆଗାମୀ ୨୦୧୯ ଫେବ୍ରୁଆରି ୨୨ରୁ ପରୀକ୍ଷା ଆରମ୍ଭ ନେଇ ଆଲୋଚନା ହୋଇଛି।ମାଟ୍ରିକ୍ ପରୀକ୍ଷା-୨୦୧୯ ପାଇଁ ଏବେ ଫର୍ମପୂରଣ ଚାଲିଛି।ଏଥିପାଇଁ ବୋର୍ଡ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚାଲିଛି।ଆଗାମୀ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଏପରି ନିଷ୍ପତ୍ତି ହୋଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *

Most Popular

Exit mobile version