Latest

ଅକ୍ଟୋବର ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା

Posted on

ଭୁବନେଶ୍ୱର,(ଓଡ଼ିଶା ଓ୍ବେୟାର): ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା। ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ଚାଲିବ ପରୀକ୍ଷା। ରବିବାର ମଧ୍ୟ ପରୀକ୍ଷା ହେବ। ଏନେଇ CHSE ସୂଚନା ଦେଇଛି। ୨ଟି ଇଲେକ୍ଟିଭ୍‌ ସବ୍‌ଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହେବ। ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଅଫଲାଇନ୍‌ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୧୩୦୪୩ ଛାତ୍ରଛାତ୍ରୀ।
ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ। ଚଳିତବର୍ଷ ବିଜ୍ଞାନରେ ମୋଟ୍‌ ୮୯ ହଜାର ୯୫୧ ପିଲା ପାସ୍ କରିଥିବା ବେଳେ ୫୫୪୬୮ ପିଲା ପ୍ରଥମ ଶ୍ରେଣୀ, ୧୬୯୪୩ ଦ୍ୱିତୀୟ ଶ୍ରେଣୀରେ ଓ ୧୪୬୩୧ ତୃତୀୟ ଶ୍ରେଣୀରେ ପାସ୍‌ କରିଥିଲେ। ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% ରହିଛି। ସେହିପରି ବାଣିଜ୍ୟରେ ୯୪.୯୬ ପ୍ରତିଶତ ପାସ୍ କରିଥିବା ବେଳେ ବାଣିଜ୍ୟ ରେଗୁଲାର ପାସ୍ ହାର ୯୯.୯୫% ରହିଛି। ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ପାସ୍ ୮ ହଜାର ୩୫୫ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ପାସ୍ ୫ ହଜାର ୬୯୨ ଓ ତୃତୀୟ ଶ୍ରେଣୀରେ ପାସ୍ ୯୦୬୬ ଜଣ ପିଲା।
ପରୀକ୍ଷା ନଦେଇ ପିଲାମାନଙ୍କ ରେଜଲ୍‌ଟ ପ୍ରକାଶ ପାଇଥିଲା। ଏହାକୁ ନେଇ କେତେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ମନରେ ଥିବା ଅସନ୍ତୋଷ ଦୂର କରିବା ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version