Latest

ଓଡ଼ିଶାରେ ସାଢେ ୩ କୋଟି ଟପିବ ଟିକାକରଣ

Posted on

ଭୁବନେଶ୍ବର (ଓଡ଼ିଶା ୱେୟାର) : କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ । ଓଡ଼ିଶାରେ ସାଢେ ୩ କୋଟି ଟପିବ ଟିକାକରଣ। ବର୍ତ୍ତମାନ ସୁଦ୍ଧା ୩ କୋଟି ୪୬ଲକ୍ଷ ୪୧ ହଜାର ୪୯୧ ଡୋଜ୍‌ ଟିକାକରଣ ହୋଇଛି। ପ୍ରଥମ ଡୋଜ୍‌ ନେଇଛନ୍ତି ୨କୋଟି ୪୪ଲକ୍ଷ ୭୯ହଜାର ୩୭୬ଜଣ। ସେହିପରି ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ୧କୋଟି ୧ଲକ୍ଷ ୬୨ହଜାର ୧୧୫ଜଣ। କୋଭିଡ୍‌ ଟିକାକରଣରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଗଞ୍ଜାମ, ଖୋର୍ଦ୍ଧା ଓ କଟକ।

ସୂଚନା ଥାଉକି, ଆଜି ଦେଶରେ ମଧ୍ଯ ୧୦୦କୋଟି ଟପିବକୁ ଯାଉଛି ଟିକାକରଣ। ଜାନୁଆରୀ ଆରମ୍ଭ ହୋଇଥିବା ଏହି କୋଭିଡ୍‌ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁବ। ଏହି ଅଭିଯାନ ଆରମ୍ଭ ହେବାର ୯ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦କୋଟି ଟିକାର ମାଇଲ ଖୁଣ୍ଟ ହାସଲ କରିବ। ଗତକାଲି ଅପରାହ୍ନ ସୁଦ୍ଧା ଦେଶରେ ପ୍ରାୟ ୯୯.୪କୋଟି ଟିକା ଲୋକଙ୍କୁ ଦିଆଯାଇଛି।

ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ ଯୋଗେ ଏନେଇ ଘୋଷଣା କରାଯିବ। ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଯିବ। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ୧୦୦ଟି ଐତିହ୍ୟ ସ୍ଥଳୀକୁ ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯିବ। ଡାକ୍ତର, ନର୍ସ, ସଫେଇ କାର୍ଯ୍ୟକ୍ରମ, ଭ୍ୟାକ୍ସିନ ନିର୍ମାତା, ବୈଜ୍ଞାନିକଙ୍କୁ ସମ୍ମାନିତ କରାଯିବ। ୧୦୦ କୋଟିର ସଫଳତା ପରିପ୍ରେକ୍ଷୀରେ ସରକାର ଉତ୍ସବ ମନାଇବା କାର୍ଯ୍ୟକ୍ରମ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version