Latest

୪ ବନ୍ଧୁକ ବେପାରୀ ଗିରଫ

Posted on

କଟକ (ଓଡ଼ିଶା ୱେୟାର) : କଟକରୁ ପୁଣି ବନ୍ଧୁକ ବେପାରୀ ଗିରଫ। ଚାଉଳିଆଗଞ୍ଜ ଅଞ୍ଚଳରୁ ୪ ବେପାରୀଙ୍କୁ ଗିରଫ କଲା ପୋଲିସ। ଅଭିଯୁକ୍ତଙ୍କଠୁ ୫ଟି ବନ୍ଧୁକ, ୧୨ ରାଉଣ୍ଡ ଗୁଳି , ୫ଟି ମୋବାଇଲ୍‌, ଓ ୨ଟି ବାଇକ୍‌ ଜବତ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ୩ଜଣ ଜଗତସିଂହପୁର ଜିଲ୍ଲାର।

ଅଭିଯୁକ୍ତଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା ରହିଛି। ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଗତ ୮ ମାସ ମଧ୍ୟରେ ୫୯ଟି ବନ୍ଧୁକ ଜବତ କରିଛି କଟକ ସହରାଞ୍ଚଳ ପୋଲିସ।

Leave a Reply

Your email address will not be published. Required fields are marked *

Most Popular

Exit mobile version