Latest
ତାରାତାରିଣୀ ପୀଠରେ ଫାଇଭ-ଟି ସଚିବ
ଭୁବନେଶ୍ୱର(ଓଡ଼ିଶା ୱେୟାର): ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ, କୋଣାର୍କ ମନ୍ଦିର ଓ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠ ପରେ ପ୍ରସିଦ୍ଧ ତନ୍ତ୍ରସାଧନା ପୀଠ ମା’ ତାରାତାରିଣୀ ମନ୍ଦିରର ପାରିପାଶ୍ୱିର୍କ ବିକାଶ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଆଜି ଭୋର୍ ସମୟରୁ ସେଠାରେ ପହଞ୍ଚ ମା’ଙ୍କ ଦର୍ଶନ କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ରାଜ୍ୟ ସରକାରଙ୍କ ଫୋକସରେ ତାରାତାରିଣୀ ପୀଠ ରହିଥିବା ସ୍ପଷ୍ଟ ହୋଇଛି ।
ଭୁବନେଶ୍ୱର(ଓଡ଼ିଶା ୱେୟାର): ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ, କୋଣାର୍କ ମନ୍ଦିର ଓ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠ ପରେ ପ୍ରସିଦ୍ଧ ତନ୍ତ୍ରସାଧନା ପୀଠ ମା’ ତାରାତାରିଣୀ ମନ୍ଦିରର ପାରିପାଶ୍ୱିର୍କ ବିକାଶ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଆଜି ଭୋର୍ ସମୟରୁ ସେଠାରେ ପହଞ୍ଚ ମା’ଙ୍କ ଦର୍ଶନ କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ରାଜ୍ୟ ସରକାରଙ୍କ ଫୋକସରେ ତାରାତାରିଣୀ ପୀଠ ରହିଥିବା ସ୍ପଷ୍ଟ ହୋଇଛି। ଓଡ଼ିଶା ସରକାରଙ୍କ ୫-ଟି ଟିମ୍ ଶୁକ୍ରବାର ପାହାନ୍ତାରୁ ଗଞ୍ଜାମ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତରେ ମୁଖ୍ୟତଃ ହିଞ୍ଜିଳିକାଟୁ ବ୍ଲକ୍ର ବିଭିନ୍ନ ହାଇସ୍କୁଲ୍ ଅବସ୍ଥା ଯାଞ୍ଚ କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ନନ୍ଦିକା ଗ୍ରାମ ପଞ୍ଚୟତଠୁ ଆରମ୍ଭ କରି ଖରିଡ଼ା ପଞ୍ଚାୟତ ଯାଏ ପ୍ରାୟ ୨୬ଟି ପଞ୍ଚାୟତ ବୁଲି ସେଠାର ସ୍କୁଲ୍ ପରିଦର୍ଶନ କରିବେ। ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତକେୟନ୍ ପାଣ୍ଡିୟାନ୍ ପାହାନ୍ତାରୁ ଏହି ଗସ୍ତ ଆରମ୍ଭ କରିଥିଲେ। ସକାଳ ୬ଟା ପୂର୍ବରୁ ତାରାତାରିଣି ମନ୍ଦିରରେ ପହଞ୍ଚି ସେଠାରେ ଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ୟ୍ୟଗୁଡ଼ିକର ଅଗ୍ରଗତି ନେଇ ଆଲୋଚନା କରିଥିଲେ। ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗ ଦେଇ ଶ୍ରୀ ପାଣ୍ଠିୟାନ୍ଙ୍କୁ ଆବଶ୍ୟକ ତଥ୍ୟ ଦେଇଥିଲେ। ଏହାପରେ ଋଷିକୂଲ୍ୟା ନଦୀ ମୁହାଣର ବିକାଶ ଲାଗି ନିଆଯାଉଥିବା ପଦକ୍ଷେପ ବାବଦରେ ଆଲୋଚନା କରି ସେ ସକାଳ ସଢ଼େ ୬ଟାରେ ତାରା ତାରିଣୀ ମନ୍ଦିରରୁ ବାହାରି ହିଞ୍ଜିଳି ବ୍ଲକ୍ ଓ ମ୍ୟୁନିସିପାଲିଟିର ବିଭିନ୍ନ ହାଇସ୍କୁଲ୍ ଯାଞ୍ଚ ପାଇଁ ଆଗକୁ ବଢ଼ିଥିଲେ। ବିଶେଷକରି ପାଠପଢ଼ା, ଆନୁସଙ୍ଗିକ ଅବସ୍ଥା ଏବଂ ପିଇବା ପାଣି ସମସ୍ୟା ବାବଦରେ ଏଠାରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ନନ୍ଦିକା, ପୁଟିଆପଦର, ଧୋବଡ଼ି, ଶାହପୁର, ଭାବନ୍ଧ, ବେଲାଗାଓଁ, ଗନ୍ଦଳା, ଦୁର୍ବନ୍ଧ, ଦୟାପଲ୍ଲୀ, କାଞ୍ଚୁରୁ, ଦାରୁଭଦ୍ର, ଶାସନ ଆମ୍ବଗାଁ, ସାରୁ, ପୋଚିଲିମା, ମକରଝୋଲ, ବଡ଼ଖଣ୍ଡି, ବୁରୁପଦା, ଚାନ୍ଦୁଲି, ସିକିରି, ରଲବା ଏବଂ ଖରିଡ଼ା ବ୍ଲକ୍ ସହ ମ୍ୟୁନିସିପାଲିଟି ଅଧୀନରେ ଥିବା ହାଇସ୍କୁଲ୍ ପରିଦର୍ଶନ କରିବେ। ସନ୍ଧ୍ୟା ସାଢ଼େ ୬ଟାରେ ସେ ଛତ୍ରପୁରକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି।