Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ତାରାତାରିଣୀ ପୀଠରେ ଫାଇଭ-ଟି ସଚିବ

ଭୁବନେଶ୍ୱର(ଓଡ଼ିଶା ୱେୟାର): ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ, କୋଣାର୍କ ମନ୍ଦିର ଓ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠ ପରେ ପ୍ରସିଦ୍ଧ ତନ୍ତ୍ରସାଧନା ପୀଠ ମା’ ତାରାତାରିଣୀ ମନ୍ଦିରର ପାରିପାଶ୍ୱିର୍କ ବିକାଶ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଆଜି ଭୋର୍ ସମୟରୁ ସେଠାରେ ପହଞ୍ଚ ମା’ଙ୍କ ଦର୍ଶନ କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ରାଜ୍ୟ ସରକାରଙ୍କ ଫୋକସରେ ତାରାତାରିଣୀ ପୀଠ ରହିଥିବା ସ୍ପଷ୍ଟ ହୋଇଛି ।

ଭୁବନେଶ୍ୱର(ଓଡ଼ିଶା ୱେୟାର): ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ, କୋଣାର୍କ ମନ୍ଦିର ଓ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠ ପରେ ପ୍ରସିଦ୍ଧ ତନ୍ତ୍ରସାଧନା ପୀଠ ମା’ ତାରାତାରିଣୀ ମନ୍ଦିରର ପାରିପାଶ୍ୱିର୍କ ବିକାଶ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଆଜି ଭୋର୍ ସମୟରୁ ସେଠାରେ ପହଞ୍ଚ ମା’ଙ୍କ ଦର୍ଶନ କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ରାଜ୍ୟ ସରକାରଙ୍କ ଫୋକସରେ ତାରାତାରିଣୀ ପୀଠ ରହିଥିବା ସ୍ପଷ୍ଟ ହୋଇଛି। ଓଡ଼ିଶା ସରକାରଙ୍କ ୫-ଟି ଟିମ୍ ଶୁକ୍ରବାର ପାହାନ୍ତାରୁ ଗଞ୍ଜାମ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତରେ ମୁଖ୍ୟତଃ ହିଞ୍ଜିଳିକାଟୁ ବ୍ଲକ୍ର ବିଭିନ୍ନ ହାଇସ୍କୁଲ୍ ଅବସ୍ଥା ଯାଞ୍ଚ କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ନନ୍ଦିକା ଗ୍ରାମ ପଞ୍ଚୟତଠୁ ଆରମ୍ଭ କରି ଖରିଡ଼ା ପଞ୍ଚାୟତ ଯାଏ ପ୍ରାୟ ୨୬ଟି ପଞ୍ଚାୟତ ବୁଲି ସେଠାର ସ୍କୁଲ୍ ପରିଦର୍ଶନ କରିବେ। ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତକେୟନ୍ ପାଣ୍ଡିୟାନ୍ ପାହାନ୍ତାରୁ ଏହି ଗସ୍ତ ଆରମ୍ଭ କରିଥିଲେ। ସକାଳ ୬ଟା ପୂର୍ବରୁ ତାରାତାରିଣି ମନ୍ଦିରରେ ପହଞ୍ଚି ସେଠାରେ ଦର୍ଶନ କରିବା ସହ ଉନ୍ନୟନମୂଳକ କାର‌୍ୟ୍ୟଗୁଡ଼ିକର ଅଗ୍ରଗତି ନେଇ ଆଲୋଚନା କରିଥିଲେ। ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗ ଦେଇ ଶ୍ରୀ ପାଣ୍ଠିୟାନ୍‌ଙ୍କୁ ଆବଶ୍ୟକ ତଥ୍ୟ ଦେଇଥିଲେ। ଏହାପରେ ଋଷିକୂଲ୍ୟା ନଦୀ ମୁହାଣର ବିକାଶ ଲାଗି ନିଆଯାଉଥିବା ପଦକ୍ଷେପ ବାବଦରେ ଆଲୋଚନା କରି ସେ ସକାଳ ସଢ଼େ ୬ଟାରେ ତାରା ତାରିଣୀ ମନ୍ଦିରରୁ ବାହାରି ହିଞ୍ଜିଳି ବ୍ଲକ୍ ଓ ମ୍ୟୁନିସିପାଲିଟିର ବିଭିନ୍ନ ହାଇସ୍କୁଲ୍ ଯାଞ୍ଚ ପାଇଁ ଆଗକୁ ବଢ଼ିଥିଲେ। ବିଶେଷକରି ପାଠପଢ଼ା, ଆନୁସଙ୍ଗିକ ଅବସ୍ଥା ଏବଂ ପିଇବା ପାଣି ସମସ୍ୟା ବାବଦରେ ଏଠାରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ନନ୍ଦିକା, ପୁଟିଆପଦର, ଧୋବଡ଼ି, ଶାହପୁର, ଭାବନ୍ଧ, ବେଲାଗାଓଁ, ଗନ୍ଦଳା, ଦୁର୍ବନ୍ଧ, ଦୟାପଲ୍ଲୀ, କାଞ୍ଚୁରୁ, ଦାରୁଭଦ୍ର, ଶାସନ ଆମ୍ବଗାଁ, ସାରୁ, ପୋଚିଲିମା, ମକରଝୋଲ, ବଡ଼ଖଣ୍ଡି, ବୁରୁପଦା, ଚାନ୍ଦୁଲି, ସିକିରି, ରଲବା ଏବଂ ଖରିଡ଼ା ବ୍ଲକ୍ ସହ ମ୍ୟୁନିସିପାଲିଟି ଅଧୀନରେ ଥିବା ହାଇସ୍କୁଲ୍ ପରିଦର୍ଶନ କରିବେ। ସନ୍ଧ୍ୟା ସାଢ଼େ ୬ଟାରେ ସେ ଛତ୍ରପୁରକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top