ଦେଶ- ବିଦେଶ

୭ ରାଜ୍ୟରେ ନୂଆ ରାଜ୍ୟପାଳ

Posted on

ନୂଆଦିଲ୍ଲୀ : ୭ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ମିଳିଛି।୪ଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରାଯାଇଥିବାବେଳେ ଅନ୍ୟ ୩ଟି ରାଜ୍ୟରେ ୩ଜଣଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛିା ରାଷ୍ଟ୍ରପତି କାର୍ୟ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଲାଲଜୀ ଟଣ୍ଡନଙ୍କୁ ବିହାର ରାଜ୍ୟପାଳ,ସତ୍ୟଦେବ ନାରାୟଣ ଆର୍ୟ୍ୟଙ୍କୁ ହରିଆଣା ରାଜ୍ୟପାଳ ଓ ବେବିରାଣୀ ମୌର୍ୟ୍ୟଙ୍କୁ ଉତରାଖଣ୍ଡର ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବିହାରରେ ରାଜ୍ୟପାଳ ଥିବା ସତ୍ୟ ପାଲ ମଲିକଙ୍କୁ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଭାବେ ବଦଳି କରାଯାଇଥିବାବେଳେ ମେଘାଳୟ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ସିକ୍କିମ୍ ରାଜ୍ୟପାଳ ଓ ତ୍ରିପୁରା ରାଜ୍ୟପାଳ ତଥାଗତ ରୟଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ହରିଆଣା ରାଜ୍ୟପାଳ କପ୍ତାନ ସିଂ ସୋଲାଙ୍କିଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ବଦଳି କରାଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version