ରାଜ୍ୟ

‘୮୦ବର୍ଷର ଓଡ଼ିଶା ବଜେଟ୍’ ସ୍ମରଣିକା ସଂସ୍କରଣ ଉନ୍ମୋଚିତ

Posted on

ଭୁବନେଶ୍ୱର : ଦେଶରେ ପ୍ରଥମଥର ପାଇଁ ବାର୍ଷିକ ବଜେଟ୍ର ଏକ ସ୍ମରଣିକା ସଂସ୍କରଣ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟଦେବ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଅଭିନବ ପ୍ରକାଶନ ‘୮୦ବର୍ଷର ଓଡ଼ିଶା ବଜେଟ୍ – ଏକ ସ୍ମରଣିକା ସଂସ୍କରଣ’ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ସ୍ମରଣିକା ସଂସ୍କରଣରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ପ୍ରତିଫଳିତ ହେଉଛି । ଓଡ଼ିଶା ଆଉ ବିମାରୁ ରାଜ୍ୟ ହୋଇ ରହିନାହିଁ । ୮୦ବର୍ଷର ଘଟଣାବହୁଳ ଯାତ୍ରାରେ ଓଡ଼ିଶା ଅନେକ ସଫଳତାର ମାଇଲଖୁଣ୍ଟ ହାସଲ କରିଛି । ବଜେଟ୍ ଦୃଷ୍ଟିରୁ ରାଜ୍ୟର ସାମାଜିକ-ଅର୍ଥନୀତିକ, ରାଜନୀତିକ ଓ ସାଂସ୍କୃତିକ ପରିଦୃଶ୍ୟର ପରିବର୍ତ୍ତନ ମଧ୍ୟ ଏହି ପୁସ୍ତକରେ ଉଲ୍ଲେଖ ରହିଛି । ଏହି ପୁସ୍ତକ ନୀତି ନିର୍ଦ୍ଧାରଣ, ଗବେଷକ ଓ ସ୍କଲାରଙ୍କ ପାଇଁ ଏହି ପୁସ୍ତକ ବେଶ୍ ଉପାଦେୟ ଦସ୍ତାବିଜ ସାବ୍ୟସ୍ତ ହେବ । ବଜେଟ୍ ହେଉଛି କୌଣସି ସରକାରର ନୀତିର ପ୍ରତିବିମ୍ବ । ୧୯୩୬ ମସିହାରୁ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଏପର୍ଯ୍ୟନ୍ତ ସେମାନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ୮୦ଟି ବଜେଟ୍ରୁ ପ୍ରତିଫଳିତ ହେଉଛି । ୧୯୩୬-୩୭ ମସିହାରେ ରାଜ୍ୟର ବଜେଟ୍ ୧.୭୭କୋଟି ଟଙ୍କା ଥିବାବେଳେ ୨୦୧୮-୧୯ରେ ୧,୨୦,୦୨୮ କୋଟି ଟଙ୍କାରେ ପହଞ୍ôଚଛି । ବିଗତ ବର୍ଷଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ବାଚସ୍ପତି ପ୍ରଦୀପ କୁମାର ଅମାତ୍, ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରମୁଖ ରାଜ୍ୟର ବିକାଶ ପାଇଁ ପ୍ରୟାସ ଓ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ଅବସରରେ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ବିଧାୟକ, ପୂର୍ବତନ ବିଧାୟକ,ବୁଦ୍ଧିଜୀବୀ ଓ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ । ଉନ୍ନୟନ କମିଶନର ଆର୍.ବାଲକ୍ରିଷ୍ଣନ୍ ସ୍ୱାଗତ ଭାଷଣ ଦେଇଥିବାବେଳେ ଅର୍ଥ ସଚିବ ତୁହିନ୍କାନ୍ତ ପାଣ୍ଡେ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version